ପୃଥିବୀର ସମସ୍ତ ଭାଷାକୁ ଏକ ସୂତ୍ରରେ ଆବଦ୍ଧ କରିବାକୁ ପ୍ରୟାସ କରିବାକୁ ଯାଇ ଭାଷାବିଜ୍ଞାନବିତ୍ମାନେ “ ଭାରୋପୀୟ ଭାଷା ପରିବାର ” ( Indo - European Language Group ) ନାମକ ଏକ କାଳ୍ପନିକ ଭାଷାକୁ ମାନସିକ ସ୍ତରରେ ନିର୍ଦ୍ଧାରଣ କରିଛନ୍ତି । ଏହି ଭାଷାର ଉତ୍ପତ୍ତି ସ୍ଥଳ ପ୍ରାଚ୍ୟ - ପାଶ୍ଚାତ୍ୟର ମଧ୍ୟବର୍ତ୍ତୀ ସ୍ଥାନ ଭୂମଧ୍ୟସାଗର ଉପକୂଳବର୍ତ୍ତୀ ଅଞ୍ଚଳ ଭାବେ ସ୍ଥିର କରିବା ସହ ଭାରତ - ଇରାନୀ ଶାଖା ଓ ଗ୍ରୀକ୍ ଇଟାଲୀୟ ଶାଖା ନାମକ ଶାଖା ଆବିଷ୍କାର କରିଛନ୍ତି । ଏହି କୈଲଟିକ୍ ଶାଖା ଜର୍ମାନ ଭାଷା ଓ ଇଂରାଜୀ ଭାଷାର ଉତ୍ପନ୍ନ ବୋଲି ପ୍ରମାଣ କରନ୍ତି ।
ଭାଷାଗୋଷ୍ଠୀର ଅନ୍ତର୍ଭୁକ୍ତ ଆସାମୀ, ବଙ୍ଗଳା, ବିହାରୀ ଓ ଓଡ଼ିଆ ଏହି ଭାଷାଗୋଷ୍ଠୀର ପ୍ରଧାନ ଭାଷା ଓ ଭାଷାତତ୍ତ୍ବବିଦ୍ଙ୍କ ମତରେ ଆସାମୀ, ବଙ୍ଗଳା ଓ ଓଡ଼ିଆ ଗୋଟିଏ ପରିବାରର ତିନିଭଉଣୀ ମଧ୍ୟରେ ଓଡ଼ିଆ ହେଉଛି ବଡ଼ ଭଉଣୀ ଖ୍ରୀ: ସପ୍ତମ ଓ ଅଷ୍ଟମ ଶତାବ୍ଦୀ ବେଳକୁ ଭାରତୀୟ ଆର୍ଯ୍ୟଭାଷାର 'କୁଟିଳଲିପି' ବ୍ୟବହୃତ ହୋଇ ସାରଥିଲା। ଭୌମକରମାନଙ୍କର ଗୌରବମୟ ରାଜତ୍ୱ ଚାଲିଥିବାବେଳ ମହାଯାନ ବୌଦ୍ଧଧର୍ମର ବିଭିନ୍ନ ଶାଖାପ୍ରଶାଖା ଯଥା ସହଜଯାନ, ବଜ୍ରଯାନ ବା ତାନ୍ତ୍ରିକ ବୌଦ୍ଧ ଧର୍ମର ପ୍ରଧାନ ପୀଠ ପାଇଁ ଓଡ଼ିଶା ଦେଶବିଦେଶରେ ଗୌରବମୟ ଧାର୍ମିକ ପୀଠଭାବେ ପ୍ରତିଷ୍ଠା ଲାଭ କରି ସାରିଥିଲା। ଏହି ସମୟରେ (ଖ୍ରୀ: ୭୯୫)ରେ ଶୁଭାକର କେଶରୀ ଚୀନ ସମ୍ରାଟଙ୍କ ନିକଟକୁ 'ଚଣ୍ଡବ୍ୟୁହ' ନାମକ ଗ୍ରନ୍ଥ ଉପହାର ପଠାଇଥିଲେ। ଏହି ସମୟରେ ହିଁ ଓଡ଼ିଶାର ଅପଭ୍ରଂଶ ଭାଷାର ବିକାଶ ସାଧିତ ହୋଇଥିଲା। ବହୁ ସିଦ୍ଧାଚାର୍ଯ୍ୟ ସେମାନଙ୍କର ଅମୂଲ୍ୟ ସିଦ୍ଧଗୀତିକା ଜାତିକୁ ଦେବା ସହିତ ନେପାଳ, ତିବ୍ବତ ପ୍ରଭୃତି ଦେଶରେ ଓଡ଼ିଶା ଆନୀତ ତାନ୍ତ୍ରିକ ବୌଦ୍ଧଧର୍ମର ବିଭନ୍ନ ମତବାଦ ପ୍ରଚାର ଓ ପ୍ରସାର କରାଇ ଦେଶକୁ ଗୌବାନ୍ବିତ କରିଥିଲେ। ଆଦିବାସୀ ଭାଷା ହିସାବରେ ମୟୂରଭଞ୍ଜରେ ସାନ୍ତାଳ , ଫୁଲବାଣୀରେ କୁଇ , କୋରାପୁଟରେ ବଣ୍ଡା , ସୁନ୍ଦରଗଡ଼ରେ ଭୂୟାଁ ପ୍ରଭୃତି କଥିତ ଭାଷା ସହିତ ଲୁହୁରା , ନରିହା , କୋକ୍ସ , ମୁଣ୍ଡା , ଗଣ୍ଡା , କୁଲୁତା , ଅଡ୍ରିଆ ଇତ୍ୟାଦି କଥିତ ଭାଷାର ଲୋକମାନେ ଦେଖାଯା'ନ୍ତି । ଏମାନଙ୍କ ମଧ୍ୟରୁ କେତେକ ସାଙ୍କେତିକ ଭାଷା ରୂପେ ସ୍ୱୀକୃତି ପାଇଥିବା ବେଳେ ଅନେକ ମୁଖ୍ୟ ଭାଷା ସଂସ୍କୃତରୁ ଅପଭ୍ରଷ୍ଟ ଏବଂ ଅନେକ ସଂସ୍କୃତାନୁକୃତା ଭାବେ ଗୃହୀତ ହୋଇଛି ।
ସମ୍ରାଟ ଅଶୋକଙ୍କ କଳିଙ୍ଗ ବିଜୟ ପରେ ଓଡ଼ିଶାର ଇତିହାସ ଆରମ୍ଭ ହୁଏ। ଅଶୋକଙ୍କ କଳିଙ୍ଗ ବିଜୟ ପୂର୍ବରୁ ଓଡ଼ିଶାର ଇତିହାସ କ’ଣ ଥିଲା ତାହା ଜଣାପଡ଼େ ନାହିଁ। କେବଳ ପୌରାଣିକ ମତବାଦରୁ ଯାହା ବିଶ୍ଳେଷଣ କରାଯାଇଥାଏ ।କଳିଙ୍ଗ ବିଜୟ ସମୟରୁ ହିଁ ଓଡ଼ିଶାରେ ଆର୍ଯ୍ୟ ସଭ୍ୟତାର ପ୍ରବେଶ ସମୟ ବୋଲି କୁହାଯାଏ। ତାହା ପୂର୍ବରୁ ଓଡ଼ିଶା ଅନାର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରୋଏସୀୟ ଜାତି ବା ମୁଣ୍ଡାରୀ ଗୋଷ୍ଠୀର ଲୋକଙ୍କ ଦ୍ବାରା ଅଧ୍ୟୁଷିତ ହୋଇଥିଲା। ଅଶୋକଙ୍କ ଦୁଇଟି ଶିଳାଲେଖ (ଧଉଳି, ଜଉଗଡ଼)ରୁ ଜଣାଯାଏ ଓଡ଼ିଶାର ପ୍ରଥମ ଲିଖିତ ଭାଷା ଓ ସାହିତ୍ୟର ଉନ୍ମେଷ। ଦ୍ବିତୀୟ ଐତିହାସିକ ଅଭିଲେଖ ହେଲା ମହାମେଘବାହନ ଐର ଖାରବେଳଙ୍କ ଖଣ୍ଡଗିରି (ହାତୀଗୁମ୍ଫା) ଅଭିଲେଖ। ଓଡ଼ିଶାରେ ଅଶୋକ ଓ ଖାରବେଳଙ୍କ ରାଜତ୍ବ ମଧ୍ୟ ବୌଦ୍ଧ ଓ ଜୈନ ଧର୍ମର ଯଥାର୍ଥ ଇତିହାସରୁ ଆରମ୍ଭ ହୁଏ।
କଳିଙ୍ଗ ଓ ପାଲି ଭାଷା (Kalinga And Pali Language)
ଅଶୋକଙ୍କର ଦୁଇଟିଯାକ ଶିଳାଲେଖ ଶୁଦ୍ଧ ପାଲି ଭାଷାରେ ଓ ବ୍ରାହ୍ମୀଲିପିରେ ଉତ୍କୀର୍ଣ୍ଣ ହୋଇଛି। ଖାରବେଳଙ୍କ ହାତୀଗୁମ୍ଫା ଶିଳାଲେଖ ବ୍ରାହ୍ମୀଲିପିରେ ଖୋଦିତ ହୋଇଥିଲେ ହେଁ ପାଲି ଓ ଅର୍ଦ୍ଧ ମାଗଧୀ ଭାଷାର ଲକ୍ଷଣ ଦେଖାଯାଏ।
ପ୍ରାକୃତ ଭାଷା ଓ ଓଡ଼ିଆ (Prakrut And Odia Language)
ଆଧୁନିକ ଓଡ଼ିଆ ଭାଷାକୁ ପ୍ରାକୃତ ଭାଷା ବୋଲି କୁହାଯାଉଛି। ଏହି ପ୍ରାକୃତ ଭାଷାର ପ୍ରବାହ ବୈଦିକ ସମୟରୁ ହିଁ ପ୍ରସାର ଲାଭ କରିଛି ‘ସଂସ୍କୃତ’ର ବିପରୀତ ‘ପ୍ରାକୃତ’ ଓ ଏହା ସବୁସମୟରେ ଥିଲା ଜନସାଧାରଣଙ୍କର କଥିତ ଭାଷା। କେତେକ ସଂସ୍କୃତ ବୈୟାକରଣିକ ପ୍ରାକୃତ ଭାଷାକୁ ସଂସ୍କୃତର ମୂଳ ବୋଲି କହିଥାନ୍ତି; କିନ୍ତୁ ଏହି ମତ ଆଜି ସମର୍ଥିତ ହେଉନାହିଁ, ‘ପ୍ରକୃତି’ ଶବ୍ଦର ଅର୍ଥ ‘ପ୍ରଜା ବା ଜନସାଧାରଣ’। ତେଣୁ ପ୍ରାକୃତ ଭାଷା ହିଁ ସବୁ ସମୟରେ ସାଧାରଣଙ୍କର ଭାଷା ହୋଇ ରହି ଆସିଛି। ଜଗନ୍ନାଥ ଦାସ ଭାଗବତର ଅଧିକାଂଶ ସ୍ଥାନରେ ପ୍ରାକୃତ ଭାଷାର ବ୍ୟବହାର କରିଛନ୍ତି।
ତେଣୁ ଷୋଡ଼ଶ ଶତାବ୍ଦୀ ପର୍ଯ୍ୟନ୍ତ ଓଡ଼ିଆ ଭାଷା ଯେ ପ୍ରାକୃତ ଭାଷା, ଏଥିରେ ସନ୍ଦେହ ନାହିଁ।ଏଥିରୁ ଜଣାଯାଏ ଯେ ଓଡ଼ିଆ ଭାଷାର ମୂଳ ପ୍ରାକୃତ, ସଂସ୍କୃତ ନୁହେଁ। ସଂସ୍କୃତ ଏକ ସମୟରେ ସମାଜର ଉଚ୍ଚାଙ୍ଗ ଗୋଷ୍ଠୀଙ୍କର ଭାଷା ଥିଲା। ସଂସ୍କୃତିରେ ବହୁ କାବ୍ୟ, ନାଟକ, ପୁରାଣ ଓ ଦର୍ଶନାଦି ଲିଖିତ ହୋଇଥିଲେ ହେଁ ଏହା କୌଣସିକାଳେ ଭାରତର କଥିତ ଭାଷା ନଥିଲା ।ଓଡ଼ିଆ ଭାଷାରେ ବହୁ ସଂସ୍କୃତ ଶବ୍ଦର ପ୍ରବେଶ ଘଟିଥାଇପାରେ, କିନ୍ତୁ ପ୍ରାକୃତ ହିଁ ଓଡ଼ିଆ ଭାଷାର ମୌଳିକ ଉତ୍ସ।
ପ୍ରାକୃତ ଭାଷାର ଶାଖା (Branches Of Prakrut Language in odia)
ମହାରାଷ୍ଟ୍ରୀ,ସୌରସେନୀ,ମାଗଧୀ,ଅର୍ଦ୍ଧମାଗଧୀ,ପୈଶାଚୀ ଏଗୁଡ଼ିକ ହେଲା ସାହିତ୍ୟିକପ୍ରାକୃତ ଭାଷା। ଏହାଛଡ଼ା ଅଶ୍ବଘୋଷଙ୍କନାଟକର ପ୍ରାକୃତ ଓ ନିୟ ଅଞ୍ଚଳରୁ ସଂଗୃହୀତ ‘ନିୟ’ ପ୍ରାକୃତ ଭାଷା ମଧ୍ୟ ରହିଛି।ନିୟ ପ୍ରାକୃତଭାରତର ଉତ୍ତର ପଶ୍ଚିମାଞ୍ଚଳର ପ୍ରାକୃତ ଭାଷା ଓ ତାହା ପ୍ରାଚୀନ ଇରାନୀ,ମଙ୍ଗୋଲ ଓ ତୁଖାରୀ ଭାଷା ଦ୍ବାରା ପ୍ରଭାବିତ।
ଅପଭ୍ରଂଶ ଭାଷା
ପ୍ରାକୃତ ଭାଷାର କ୍ରମବିକାଶରେ ଅପଭ୍ରଂଶ ଭାଷାର ସ୍ବରୂପ ଦେଖିବାକୁ ମିଳେ ଖ୍ରୀ: ଦଶମ ଶତାବ୍ଦୀର ମଧ୍ୟଭାଗରୁ; କିନ୍ତୁ ଏହି ଅପଭ୍ରଂଶ ବା ଅବହଟ ଭାଷାର ବିକାଶ ଆରମ୍ଭ ହୁଏ ଖ୍ରୀ: ୬୦୦ ଶତକରୁ ଅପଭ୍ରଂଶ ଭାଷାର ସ୍ପରୂପ ପ୍ରଥମେ ଦେଖିବାକୁ ମିଳେ ‘ବୌଦ୍ଧଗାନ ଦୋହା ବା ଆଶ୍ଚର୍ଯ୍ୟଚର୍ଯାଚୟ’ରେ ଚର୍ଯ୍ୟାକବି କାହ୍ନୁପାଦ, ଶବରୀପାଦ, ଲୁଇପାଦ ଓ ଅନ୍ୟାନ୍ୟ ସିଦ୍ଧାଚାର୍ଯ୍ୟଙ୍କର ଅପଭ୍ରଂଶ ଗୀତିକାଗୁଡ଼ିକୁ ଭାରତର ଅନ୍ୟାନ୍ୟ ଭାଷାଭାଷୀ ପ୍ରଦେଶ ଯଥା, ହିନ୍ଦୀ, ବଙ୍ଗାଳୀ, ଆସାମୀ ଓ ମୈଥିଳୀ ସାହିତ୍ୟିକମାନେ ନିଜ ନିଜ ଭାଷାର ପ୍ରାଚୀନତମ ସ୍ବରୂପ ବୋଲି କହିଥାନ୍ତି। ଭାଷାତତ୍ତ୍ବ ଓ ଧାର୍ମିକ ପରମ୍ପରା ଦୃଷ୍ଟିରୁ ବିଚାର କଲେ ଚର୍ଯ୍ୟାଗୀତିକାର ଅଧିକାଂଶ କବି ଯେ ଓଡ଼ିଶାର ଥିଲେ ଓ ସେମାନଙ୍କର ଗୀତିକାଗୁଡ଼ିକ ଖ୍ରୀ: ୯ମ ଓ ୧୦ମ ଶତକର ଅପଭ୍ରଂଶ ଓଡ଼ିଆ ଭାଷା ଏଥିରେ ଦ୍ବିମତ ନାହିଁ।