ସାରଳା ପୂର୍ବ କାଳରେ ନାଥ ଏବଂ ସିଦ୍ଧ ସାହିତ୍ୟ ଓଡିଶାରେ ବୃଦ୍ଧି ପାଇଲା। ଏହି ସମୟର ମୁଖ୍ୟ କାର୍ଯ୍ୟଗୁଡ଼ିକ ହେଉଛିଶିଶୁ ବେଦ(24 ଦୋହାର ଏକ ପୁରାଣ),ଅମର କୋଷଏବଂଗୋରଖ ସଂହିତା। ସାରଳା ଦାସ ଏବଂ ପରବର୍ତ୍ତୀ ଷୋଡଶ ଶତାବ୍ଦୀର କବିମାନଙ୍କ କାର୍ଯ୍ୟରେଶିଶୁ ବେଦଉଲ୍ଲେଖ କରାଯାଇଛି। ଏହା ଦାଣ୍ଡି ବୃତ୍ତ ରେ ଲେଖାଯାଇଛି।
ମାର୍କଣ୍ଡ ଦାସସେ ଜଣେଭାରତୀୟପୁରାତନ କବି ଥିଲେ । ସେଓଡ଼ିଶାରେଜନ୍ମିତ ଓଓଡ଼ିଆ ସାହିତ୍ୟରଚନା କରିଥିଲେ । ତାଙ୍କର ଜନ୍ମ ସମୟ ଆନୁମାନିକ ପଞ୍ଚଦଶ ଶତାବ୍ଦୀରେ ହୋଇଥିଲା । ତାଙ୍କର ଏକମାତ୍ର ରଚନାକେଶବ କୋଇଲିଏପର୍ଯ୍ୟନ୍ତ ଲୋକଲୋଚନକୁ ଆସିଛି । କେଶବ କୋଇଲିଏକକୋଇଲିବା ପଦାବଳୀ । ତାଙ୍କ ରଚନାକେଶବ କୋଇଲି ରେ ଯଶୋଦାଙ୍କୁ ତାଙ୍କ ପୁଅ କୃଷ୍ଣଙ୍କଠାରୁ ପୃଥକ କରିବାର ଯନ୍ତ୍ରଣା ବର୍ଣ୍ଣନା କରିଛନ୍ତି। [ପରେଜଗନ୍ନାଥ ଦାସଏହାର ଧର୍ମତାତ୍ତ୍ୱିକ ବ୍ୟାଖ୍ୟା କରିଅର୍ଥ କୋଇଲିରଚନା କରିଥିଲେ । ]ଓଡ଼ିଆ ସାହିତ୍ୟର ସର୍ବପୁରାତନ ରଚନା ଭାବେ ଜଣାଶିଶୁ ବେଦଓସପ୍ତାଙ୍ଗସାରଳା ଦାସଙ୍କପୁରାତନ ଓଡ଼ିଆ ରଚନା ଓ ମାର୍କଣ୍ଡ ଦାସଙ୍କ ରଚନାରେ ଥିବା ଓଡ଼ିଆ ମଧ୍ୟରେ ସଂଯୋଗ ଦର୍ଶାଇଥାଆନ୍ତି।
ବତ୍ସା ଦାସ (ବଚ୍ଛାଦାସ)ବଚ୍ଛାଦାସଙ୍କ "କଳସା ଚଉତିଶା" ର ଆଦର ବହୁତ । ଏ "କଲସା" ଟି ଏତେ ଲୋକପ୍ରିୟ ହୋଇଛି ଯେ ବଚ୍ଛାଦାସଙ୍କ ପରବର୍ତ୍ତୀ ଲେଖକମାନେ "କଲସା ବାଣୀରେ ଗାଇବ" ବୋଲି ନିଜ ନିଜର ଛାନ୍ଦକାବ୍ୟମାନଙ୍କରେ ନିର୍ଦ୍ଦେଶ କରିଯାଇଅଛନ୍ତି । ଚଉତିଶାଟି ଅତି ଲୋକପ୍ରିୟ ଥିବା ହେତୁ ଏହା ବିଶିଷ୍ଟ ରାଗ ରୂପେ ଗୃହିତ ହୋଇଛି । ମହାକବି ସାରଳା ଦାସଙ୍କ ମହାଭାରତରେ କଲସାର ଉଲ୍ଲେଖ ଅଛି ।
ବେଦମନ୍ତ୍ର ଯୁଗତେ ସେ ଯେ ପଢ଼ନ୍ତି କଳସା ,ବଶିଷ୍ଠ ମାରକଣ୍ଡ ଆବର ଦୂର୍ବାସା ।
ସାରଳାଦାସଙ୍କ ସମୟକୁ କଲସା ଜନପ୍ରିୟ ହୋଇପାରିଥିବାରୁ ଓ ନଜେ ସାରଳାଦାସ ତାର ଆଦର କରିଥିବାରୁ ଏହାର ଉଲ୍ଲେଖ ମହାଭାରତରେ ହୋଇଥିବା ସମ୍ଭବ। କଲସାର ରଚୟିତା ବଚ୍ଛାଦାସ କେଉଁ ସମୟରେ ଜନ୍ମଗ୍ରହଣ କରିଥିଲେ ତାହା ସଠିକ୍ ଭାବରେ କହିବା ସହଜ ନୁହେଁ । ସାରଳାଦାସ 'କଲସା'ର ଉଲ୍ଲେଖ କରିଥିବାରୁ ବଚ୍ଛାଦାସ ସାରଳାଦାସଙ୍କ ପୂର୍ବବର୍ତ୍ତୀ କବି ।
ଚଉତିଶାର ପ୍ରଥମ ଚରଣ ‘କ’ ରେ ଆରମ୍ଭ ହୁଏ ଏବଂ ତା’ପରେ ଚରଣଗୁଡ଼ିକ ଖ,ଗ... କ୍ଷ ଅକ୍ଷରରେ ଯଥାକ୍ରମେ ଆରମ୍ଭ ହୁଏ । 'କ' ଠାରୁ 'କ୍ଷ' ପର୍ଯ୍ୟନ୍ତ ଏହ ୩୪ ଅକ୍ଷରରୁ ଗୋଟିଏ ଗୋଟିଏ ଅକ୍ଷରକୁ କ୍ରମାନ୍ୱୟରେ ଚରଣ ମୂଳରେ ରଖି କବିତା ରଚନା ହେଉଥିବାରୁ ଏହାର ନାମ ୩୪ଶ ବା ଚଉତିଶା ହେଲ । ଓଡ଼ିଆରେ ଅନେକ ଚଉତିଶା ଦେଖାଯାଏ । କେତେଗୁଡ଼ିଏ ଛପା ହୋଇଥିବାବେଳେ ଅନେକଗୁଡ଼ିଏ ଅପ୍ରକାଶିତ ଭାବରେ ଅଛି । କବିତା ସ୍ଥାନରେ ଏହି ଚଉତିଶାଗୁଡ଼ିକ ଓଡ଼ିଆ ସାହିତ୍ୟରେ ଖୁବ୍ ଉଚ୍ଚ ଆସନ ଅଧିକାର କରିଛି ।
ବ୍ରତକଥାମାନଙ୍କ ମଧ୍ୟରୁ କେତୋଟି ଯେ ୧୫ଶ ଶତାବ୍ଦୀ ପୂର୍ବରୁ ରଚିତ , ଏଥିରେ କୌଣସି ସନ୍ଦେହ ନାହିଁ। ଭାଷା ଦିଗରୁ ଓ ଭାବ ଦିଗରୁ ଆଲେଚନା କଲେ ସୋମନାଥ ବ୍ରତକଥା , ନାଗୁଲ ଚଉଠୀ ବ୍ରତକଥା , ଦାମୋଦର ଓଷା ପ୍ରଭୃତି ୧୩ଶ ବା ୧୪ଶ ଶତାବ୍ଦୀର ବୋଲି ଅନୁମାନ କରାଯାଏ । ଏ କଥାଗୁଡ଼ିକର ଭାଷା ବଡ଼ ସରଳ ଓ ସହଜ ; ଲେଖନିଭଙ୍ଗୀ ମଧ୍ୟ ସୁନ୍ଦର ।
ଶୁଣ ହେ ନରମାନେ , ଶ୍ରୀ ନାଗୁଲ ଚୌଠୀ କଥା । ଏକ ଯେ ସାଧବ ଘର । ତାର ସାତ ବୋହୂ । ସାନ ବୋହୂକୁ ଦେଖି ନ ପାରନ୍ତି । ଏ ରୂପେ କେତେହେକ ଦନେ ଅସିଣ ଗଲା। କାର୍ତ୍ତିକ ହେଲା । ପିମ୍ପୋଇ ଅମାସ୍ୟା ଯିବାର ଚାରିଦିନେ ନାଗୁଲ ଚଉଠି ହେଲା । ଶାଶୁ ସକାଳୁ ଶ୍ରାହାନ୍ନ କଲା । ଶ୍ରୀହାନ୍ନ କରି ଓଷା ଦ୍ରବ୍ୟ ସଜାଡିଲା । ଆଖୁଦଣ୍ଡା ଗହନେ ଆଣିଲା । କଦଳୀ କାନ୍ଦି ଗହନେ ଆଣିଲା । ନଡ଼ିଆ କାନ୍ଦି ଗହନେ ଆଣିଲା। ଗୁଆ କାନ୍ଦି ଗହନେ ଯେ ରୁପେ ଆଣିଲା । ଲିଆ ଭାଜିଲା । ଗଯାମୁଆଁ କଲା । ରାସି ଛଡ଼ାଇଲା । ରାସ ନଡ଼ୁ କଲା । ରାସି ଗଯା କଲା । ଉଆଚୂଡ଼ା କଲା । ଆଖୁ କାଟିଲା । କଦଳୀ ଛଡ଼ାଇଲା । ରାସି ପିଣ୍ଡ କଲା । ଛେନା ପିଣ୍ଡ କଲା । ଚାଉଲ ପିଣ୍ଡ କଲା । ଆଉ ସବୁଥରୁ ଟିକିଏ ଟିକିଏ କାଢ଼ି ପିଣ୍ଡ କଲା । ଉଖୁଡ଼ା କଲା । ମରିଚ ଜୁଆଣୀ ତେଜପତ୍ର ଅଲାଇଚ ଅଦା ନଡ଼ିଆ ଏମାନ ପକାଇ ଚାରିପିଣ୍ଡ କଲା......।
ନାଗୁଲ ଚଉଠୀ ବ୍ରତକଥାର ଆରମ୍ଭ ବଡ଼ ସୁନ୍ଦର ହୋଇଛି। ବାକ୍ୟଗୁଡ଼ିକ ଖୁବ୍ ଛୋଟ ଛୋଟ। ଭାବ ବ୍ୟକ୍ତ କରିବାରେ କୌଣସି ଅସୁବଧା ନାହଁ। ବର୍ଣ୍ଣନା ମଧ୍ୟ ମନୋମୁଗ୍ଧକର।
ଖୁଦୁରୁକୁଣୀ ଓଷାଓଡ଼ିଶାରେ ଖୁବ୍ ପ୍ରସିଦ୍ଧି ଲାଭ କରିଛି । କେଉଁ ' କାଳରୁ ଏହାର ପ୍ରଚାର ହୋଇଛି ଏବଂ କେବେ ଜେ ଏହାର ଉତ୍ପତ୍ତି , ତାହା ନିରୂପଣ କରିବା ସହଜ ନୁହେଁ । ତେବେ ଏତିକ କୁହାଯାଇପାରେ ଯେ , ସେତେବେଲେ ସହସ୍ର ସହସ୍ର ବାଣିଜ୍ୟ ତରୀ ସମୁଦ୍ର ବକ୍ଷରେ ଭାସମାନ ହେଉଥିଲା ସେତେବେଲେ ଏଥିରେ ବର୍ଣ୍ଣିତ କଥାବସ୍ତୁର ଆରମ୍ଭ ।
ଅନେକଗୁଡ଼ିଏ ବ୍ରତକଥାରେ ସାଧବଘର ପ୍ରସଙ୍ଗ , ବୋଇତ ବାଣିଜ୍ୟ , ସମୁଦ୍ର କୂଳେ ପୂଜା ପ୍ରଭୃତି ବିଷୟ ଲିଖିତ ହୋଇଛି । ଏଥିରୁ ପ୍ରମାଣିତ ହେଉଛି ଖ୍ରୀଷ୍ମପୂର୍ବ ଏକହଜାର ବର୍ଷ ପୂର୍ବରୁ କଲିଙ୍ଗର ନୌବାଣିଜ୍ୟ ସମ୍ବନ୍ଧରେ ଯେଉଁ ଗୌରବ ଥିଲି , ତାହା ସେକାଳ ପର୍ଯ୍ୟନ୍ତ ମଧ୍ୟ ଲୋକ ମୁଖରେ ରହିଥଲା । ନୌବାଣିଜ୍ୟ ଯୋଗୁଁ ଏ ଦେଶରେ ଧନ ଦୌଲତ ଭରା ହୋଇ ରହିଥିଲା । ଲୋକେ କାହିଁ ସୁଦୂର ଜାଭା, ସୁମାତ୍ରା ଯାଇ ବାଣିଜ୍ୟ କରୁଥିଲେ । ଏହାର ନିଦର୍ଶନ ଆଜି ପର୍ଯ୍ୟନ୍ତ ସେ ଦେଶମାନଙ୍କରେ ମିଳୁଛି ।
ମାଦଳା ପାଞ୍ଜିମାଦଳା ପାଞ୍ଜିଓଡ଼ିଶାରେରାଜତ୍ୱ କରୁଥିବା ବିଭିନ୍ନ ରାଜବଂଶର ଏକ ଇତିହାସ ପୋଥି ତଥାପୁରୀଜଗନ୍ନାଥ ମନ୍ଦିରରେଶ୍ରୀ ଜଗନ୍ନାଥଙ୍କପାଖରେ ପୂଜିତ । ଖ୍ରୀଷ୍ଟୀୟ ଦ୍ୱାଦଶ ଶତାବ୍ଦୀଠାରୁ ଉନବିଂଶ ଶତାବ୍ଦୀର ମଧ୍ୟଭାଗ ପର୍ଯ୍ୟନ୍ତଶ୍ରୀଜଗନ୍ନାଥଙ୍କଇତିବୃତ୍ତ ଏଥିରୁ ମିଳିଥାଏ । ରାଜା ଓ ମନ୍ଦିରର ଇତିହାସ ଲେଖିବାପାଇଁ ସଙ୍କଳ୍ପ କରିଥିବା ଲିଖନକାରମାନେ ମଝିରେ ମଝିରେ ବିଭିନ୍ନକିମ୍ବଦନ୍ତୀପ୍ରୟୋଗ କରିବାରେ ଗ୍ରନ୍ଥଟି ସାହିତ୍ୟିକ ମର୍ଯ୍ୟାଦା ଲାଭ କରିପାରିଛି । ଓଡ଼ିଆ ଗଦ୍ୟ ସାହିତ୍ୟରବିକାଶରେ ଉଭୟ ଭାଷା ଓ ଶୈଳୀ ଦୃଷ୍ଟିରୁ ମାଦଳାପାଞ୍ଜିର ସ୍ଥାନ ସ୍ୱତନ୍ତ୍ର ।
ମାଦଳାପାଞ୍ଜିର ନାମକରଣ ସମ୍ପର୍କରେ ଭିନ୍ନ ଭିନ୍ନ ମତ ମିଳିଥାଏ।
ଓଡ଼ିଶାର ଇତିହାସକୁ ମାଦଳାପାଞ୍ଜି ବହନ କଲେହେଁ ଲିଖନକାରମାନେ ବହୁ କିମ୍ବଦନ୍ତୀ ଓ କାହାଣୀ ସଂଯୋଗ କରି ସାହିତ୍ୟିକ ମର୍ଯ୍ୟାଦା ନେଇଛନ୍ତି । ପାଞ୍ଜି ମଧ୍ୟସ୍ଥ କାହାଣୀ ମଧ୍ୟରେ ଚୋଡ଼ଗଙ୍ଗ ଦେବଙ୍କ ସମୟରେ ନିତେଇ ଧୋବଣୀ କଥା ଚୋଡ଼ଗଙ୍ଗ ଦେବଙ୍କ ନିଜ କନ୍ୟା ସହ ଅବୈଧ ପ୍ରେମ ଓ ପ୍ରାୟଶ୍ଚିତ କଥା, ବୌଦ୍ଧଭ୍ରମଣ ଓ ବ୍ରାହ୍ମଣ ପରୀକ୍ଷା କଥା, ଅନଙ୍ଗଭୀମଦେବଙ୍କ ସମୟର ପଶୁପାଳକଥା, ସିବେଇସାମନ୍ତରା ଜାଉଖିଆ କଥା, ଅନ୍ଧଦଇତା ଦାସ କଥା, କପିଳେନ୍ଦ୍ରଙ୍କ ସମୟରେ ନାଗସାପ ପ୍ରସଙ୍ଗ ପ୍ରଧାନ । ଏସବୁ ଗଳ୍ପଓଡ଼ିଶାରପୁରପଲ୍ଲୀରେ ବହୁଳ ପ୍ରଚଳିତ ।
ଚୋଡ଼ଗଙ୍ଗଙ୍କଠାରୁ ପ୍ରତାପରୁଦ୍ର ଦେବଙ୍କ ପର୍ଯ୍ୟନ୍ତ ଏହି ପାଞ୍ଚଶହ ବର୍ଷ ଭିତରେ ଶାରଳାଦାସ ହଁ ସର୍ବଶ୍ରେଷ୍ଠ ପ୍ରତିଭାବାନ ଓଡ଼ିଆ କବି ଥିଲେ । ଶାରଳାଦାସଙ୍କ ପୂର୍ବରୁ ଓଡ଼ିଶାରେ ବହୁ କବି ସଂସ୍କୃତରେ ଗ୍ରନ୍ଥ ରଚନା କରି ଅମର ହୋଇଛନ୍ତି । କେତେକ ବିଖ୍ୟାତ କବି ଓ ଲେଖକଙ୍କ ପରିଚୟ ସଂକ୍ଷେପରେ ଏଠାରେ ଦିଆଗଲା ।