ମାନକ ଓଡ଼ିଆ କୌଣସି ଗୋଟିଏ ଅଞ୍ଚଳର ବୋଲୀ ଵା ଶୈଳୀ ନୁହେଁ ଵରଂ ଏହା ସମସ୍ତ ଓଡ଼ିଆ ଅଞ୍ଚଳର ଶୈଳୀ ଓ ଶବ୍ଦକୁ ନେଇ ଗଠିତ ହୋଇଥିବା ଅନେକ ଵିଦ୍ଵାନଙ୍କ ମତ ।
ମାନକ ଓଡ଼ିଆ ଭାଷା ପାଲୀ ପାକୃତର ତିନୋଟି ଭିନ୍ନ ଭିନ୍ନ ଅପଭ୍ରଂଶ ।
କଟକୀ ଓଡ଼ିଆ ପ୍ରାୟତଃ ମୋଗଲଵନ୍ଦୀ ତଥା ତହିଁ ସହ ଯୁକ୍ତ କେତେକ ଗଡ଼ଜାତ ଅଞ୍ଚଳରେ ବୋଲାଯାଏ ଏବଂ ଏହାର ଅଞ୍ଚଳ ଭେଦରେ ଅନେକ ବୋଲୀ ଵା ଶୈଳୀ ମଧ୍ଯ ରହିଛି ।
ଖୋର୍ଦ୍ଧା, ପୁରୀ,କଟକ,ଯାଜପୁର,ଜଗତସିଂହପୁର, କେନ୍ଦ୍ରପଡା଼,ନୟାଗଡ଼ ଆଦି ବୋଲାଯାଉଥିବା ଓଡ଼ିଆ ହେଉଛି କଟକୀ ଓଡ଼ିଆ । ଅନୁଗୁଳ-ଢେଙ୍କାନାଳ ଶୈଳୀଟି ଉଭୟ କଟକୀ, ଦେଶିଆ ତଥା ସମ୍ଵଲପୁରୀ ଓଡ଼ିଆଦ୍ଵାରା ପ୍ରଭାଵିତ ହୋଇଥିଲେ ହେଁ କିଛି ଲୋକ ତାହାକୁ କଟକୀ ଓଡ଼ିଆରେ ଗଣନା କରିଥାନ୍ତି ।
ପଶ୍ଚିମବଙ୍ଗରେ ଥିବା ପ୍ରାଚୀନ କଳିଙ୍ଗର ଵିଚ୍ଛିନାଞ୍ଚଳ ମେଦିନୀପୁରର କଥିତ ଓଡ଼ିଆ ଶୈଳୀକୁ ମେଦିନୀପୁରୀ ଓଡ଼ିଆ କୁହାଯାଏ । ମେଦିନୀପୁରର ଓଡ଼ିଆମାନେ ବଙ୍ଗଳା ସଂସ୍କୃତି ଗ୍ରହଣ କଲେ ହେଁ ଆଜି ଵି ଓଡ଼ିଆ ଭାଷାରେ କଥାଭାଷା ହୁଅନ୍ତି ଏମନ୍ତ କି ପ୍ରାଞ୍ଜଳ ଓଡ଼ିଆ ମଧ୍ଯ କହିପାରନ୍ତି । କେହି କେହି ମେଦିନୀପୁରୀ ଓଡ଼ିଆକୁ ଉତ୍ତର ଓଡ଼ିଆ ଶୈଳୀର ଗୋଟାଏ ଭିନ୍ନ ରୂପ ବୋଲି ମତ ଦିଅନ୍ତି । ପ୍ରାଚୀନ ଉତ୍କଳୀ ଅପଭ୍ରଂଶରୁ ସମ୍ଭଵତଃ ଏହି ଶୈଳୀଟି ଵିକଶିତ ହୋଇଅଛି ।
ଝାଡ଼ଖଣ୍ଡର ପୂର୍ଵ ଓ ପଶ୍ଚିମ ସିଂହଭୂମରେ ବୋଲାଯାଉଥିବା କଥିତ ଓଡ଼ିଆ ଭାଷାକୁ ସିଂହଭୂମି ଓଡ଼ିଆ ଶୈଳୀ କୁହାଯାଏ । କେହି କେହି ଏହି ଓଡ଼ିଆ ଶୈଳୀରେ ଷଡୈକଳା ଖରସୁଆଁର ଷଡ଼ଶୀ ଶୈଳୀକୁ ଗଣି ଏହି ଉଭୟ ଶୈଳୀକୁ ଗୋଟିଏ ବୋଲି ମତ ଦେଇଥାନ୍ତି । ଏହି ଶୈଳୀଟି ଉତ୍କଳ ତଥା ଉଡ୍ର ଉଭୟ ଅପଭ୍ରଂଶଦ୍ଵାରା ପ୍ରଭାଵିତ ହୋଇଥିବା ଅନୁମାନ କରାଯାଏ ।
ଉତ୍ତର ଓଡ଼ିଆ ଭାଷା ସାଧାରଣତଃ ବାଲେଶ୍ବର, ଭଦ୍ରକ ଓ ମୟୂରଭଞ୍ଜ ଆଦି ଅଞ୍ଚଳରେ ବୋଲାଯାଇଥାଏ । ଅଞ୍ଚଳ ଭେଦରେ ଏହାର ଭିନ୍ନ ଭିନ୍ନ ସ୍ଥାନରେ ଵିଭିନ୍ନ ବୋଲୀମାନ ଚଳୁଅଛି ।
ଏହି ଓଡ଼ିଆ ଶୈଳୀଟି ଓଡ଼ିଶାର ଗଞ୍ଜାମ ଓ ଗଜପତି ତଥା ଓଡ଼ିଶାର ଵିଚ୍ଛିନ୍ନାଞ୍ଚଳ ଶ୍ରୀକାକୁଲମ ଜିଲ୍ଲାରେ ବୋଲାଯାଏ । ବହୁତ ସମ୍ଭଵ ପ୍ରାଚୀନ କାଳିଙ୍ଗ୍ୟ ଅପଭ୍ରଂଶ ଏହାର ମୂଳ ହୋଇଥାଇପାରେ ।
ଓଡ଼ିଆ ଭାଷାର ଏହି ଶୈଳୀଟି ଵିଶେଷତଃ ବରଗଡ଼, ବଲାଙ୍ଗୀର ପାଟଣା ଓ ସମ୍ଵଲପୁରରେ ତଥା ସାମାନ୍ୟ ଭିନ୍ନତା ସହ ବୌଦ, ଦେଵଗଡ଼, ଝାରସୁଗୁଡା, କଳାହାଣ୍ଡି, ନୂଆପଡ଼ା, ସୁଵର୍ଣ୍ଣପୁର(ସୋନପୁର) ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରଚଳିତ । ସମ୍ଵଲପୁରୀଠାରୁ ସାମାନ୍ୟ ଭିନ୍ନ “ଛତିଶଗଡୀ଼ ଓଡ଼ିଆ” ପ୍ରଭାଵିତ ଏକ ଶୈଳୀର ଏକପ୍ରକାରର “ପଶ୍ଚିମୀ ଓଡ଼ିଆ ବୋଲୀ” ଛତିଶଗଡ଼ର ରାୟଗଡ଼, ମହାସମୁନ୍ଦ ଏଵଂ ରାୟପୁର ଜିଲ୍ଲାରେ ମଧ୍ଯ ବୋଲାଯାଇଥାଏ । ସମ୍ଵଲପୁରୀଟି ଉଡ୍ର ଅପଭ୍ରଂଶ ଓ କାଳିଙ୍ଗ୍ୟ ଅପଭ୍ରଂଶର ଏକ ମିଶ୍ରିତ ରୂପ ତଥା ଏହା କୋଟିଆ-ଦେଶିଆ ଓଡ଼ିଆଦ୍ଵାରା ପ୍ରଭାଵିତ ବୋଲି କେତେକ ଭାଷାଵିଦ୍ ମତ ଦିଅନ୍ତି । ଆଗେ ପଶ୍ଚିମ ଓଡିଶା ଵିଶେଷତଃ ମହାନଦୀ କୂଳସ୍ଥ ଅଞ୍ଚଳକୁ ଉଡ୍ରଦେଶ କୁହାଯାଉଥିଵାର ଐତିହାସିକ ପ୍ରମାଣ ମିଳେ । ସପ୍ତମ ଶତାବ୍ଦୀରେ ଏଠାରେ ଉଡ୍ଡିୟାନ୍ ସଭ୍ୟତାର ଵିକାଶ ହୋଇଥିଲା, ଫଳରେ କଳିଙ୍ଗ ଦେଶର କାହ୍ନୁପା, ଲୁଇପା ଆଦି ଅନେକାନେକ ବୌଦ୍ଧଧର୍ମୀ ସନ୍ଥକଵି ଚର୍ଯ୍ୟାଗୀତିମାନ ଉଡ୍ର ଵିଭାଷାରେ ଲେଖିଥିଲେ । ସେତେବେଳେ ଉକ୍ତ ପଦ୍ୟଗୁଡି଼କର ପ୍ରଭାଵ ସମସ୍ତ ଓଡ଼ିଶାରେ ପଡି଼ଥିଲା ଏବଂ ତ୍ରୀକଳିଙ୍ଗରେ ଭାଷାଗତ ମାନକୀକରଣ ଆରମ୍ଭ ହୋଇଯାଇଥିଲା ।
ଦେଶିଆ ଓଡ଼ିଆ କାଳିଙ୍ଗ୍ୟ ଅପଭ୍ରଂଶର ଆଧୁନିକ ରୂପ ଏବଂ ଏହା କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ମାଲକାନଗିରି ଆଦି ଦକ୍ଷିଣ ପଶ୍ଚିମ ଓଡ଼ିଶା ତଥା ଵିଶାଖାପଟନମ୍ ଓ ଵିଜୟନଗରମ୍ ଵିଚ୍ଛିନାଞ୍ଚଳରେ ବୋଲାଯାଏ ।
For Latest Quiz, Gk Join Our Telegram Channel @Gk_Odia Click here
ଦେଶିଆ ଭାଷାଶୈଳୀରେ ଓଡ଼ିଆ ଭାଷାର ଅନେକ ପ୍ରାଚୀନ ଶବ୍ଦ ଆଜି ଵି ଚଳୁଅଛି ଯେଉଁ ଶବ୍ଦମାନ ଓଡ଼ିଆ ମାନକ ଭାଷାର ସଂସ୍କୃତନିଷ୍ଠ ଓ ଆରଵୀ ପାର୍ସୀ ଅନୁକୃତ ଶବ୍ଦାଵଳୀ ଯୋଗୁଁ ହଜିବାକୁ ବସିଛି ।
ଭତ୍ରୀ-Bhatree: ଵସ୍ତର ଆଦି ଵିଚ୍ଛିନାଞ୍ଚଳ ତଥା ଦକ୍ଷିଣ ପଶ୍ଚିମ ଓଡ଼ିଶାରେ ଚଳୁଥିବା ଏକ ଵିଶିଷ୍ଟ ଶୈଳୀ ।
ଅଵିଭକ୍ତ ଵସ୍ତର ଜିଲ୍ଲା, ଛତିଶଗଡ଼ରେ ବୋଲାଯାଉଥିବା ଓଡ଼ିଆ ଭାଷାର ଏକ ଉପଭାଷା ହେଉଛି ହଲଵୀ । ଏ ଭାଷା ଅନେକାଂଶରେ ମରାଠୀ ଓ ଆଷ୍ଟ୍ରୋଏସିଆଟିକ୍ ଭାଷା ଦ୍ଵାରା ପ୍ରଭାବିତ ହୋଇଅଛି ।
*.ଫୁଲଵାଣୀ ଓଡ଼ିଆ-Phulbani Odia: ଫୁଲଵାଣୀ,ଫୁଲଵାଣୀ ନଗର,କନ୍ଧମାଳର ଖଜୁରୀପଡା଼ ବ୍ଲକ ଏଵଂ ବୌଦ୍ଧକୁ ଲାଗିଥିବା ସୀମାନ୍ତ ଅଞ୍ଚଳରେ ବୋଲାଯାଏ । ଅଵିଭକ୍ତ ଫୁଲଵାଣୀ ଜିଲ୍ଲା ଵିଭାଜିତ ହୋଇ କନ୍ଧମାଳ ଓ ବୌଦ୍ଧ ହେଲାପରେ ମଧ୍ଯ ଏ ଉଭୟ ଉପଖଣ୍ଡରେ ଫୁଲଵାଣୀ ଶୈଳୀର ଲୋକପ୍ରିୟତା ଓ ଵ୍ୟଵହାର କମ୍ ହୋଇଯାଇନାହିଁ ।
ସୁନ୍ଦରଗଡୀ଼ ଓଡ଼ିଆ ସୁନ୍ଦରଗଡ଼ ଜିଲ୍ଲା ତଥା ତହିଁକୁ ଲାଗିକିରି ଥିବା ଛତିଶଗଡ଼ ଓ ଝାଡ଼ଖଣ୍ଡ ଅଞ୍ଚଳରେ ବୋଲାଯାଏ ।
କଳାହାଣ୍ଡି ଓଡ଼ିଆ ଅବିଭକ୍ତ କଳାହାଣ୍ଡି ଜିଲ୍ଲା ତଥା ଏହା ସହ ଲାଗିକି ଥିବା ଛତିଶଗଡୀ଼ ଅଞ୍ଚଳରେ ବୋଲାଯାଏ ।
କୁର୍ମି ଓଡ଼ିଆ ଉତ୍ତର ଓଡ଼ିଶା ତଥା ଦକ୍ଷିଣ ପଶ୍ଚିମ ଵଙ୍ଗରେ ପ୍ରଚଳିତ ।
କୁର୍ମି ଓଡ଼ିଆ ପରି ସାଉଁତି ଓଡ଼ିଆ ମଧ୍ଯ ଉତ୍ତରଓଡ଼ିଶା ତଥା ଦକ୍ଷିଣ-ପଶ୍ଚିମଵଙ୍ଗରେ ବୋଲାଯାଇଥାଏ ।
ଉତ୍ତର ଓଡ଼ିଶା ଏବଂ ଦକ୍ଷିଣ ପଶ୍ଚିମ ବଙ୍ଗରେ ବୋଲାଯାଏ ।
ପଶ୍ଚିମ ଓଡ଼ିଶାରେ କନ୍ଧଭାଷୀଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ କନ୍ଧ ଓଡ଼ିଆ କୁହାଯାଏ ।
ଲରିଆ ଛତିଶଗଡ଼ ତଥା ପଶ୍ଚିମ ଓଡିଶାରେ ବୋଲାଯାଉଥିବା ଏକ ଓଡ଼ିଆ ଉପଭାଷା ।
ପଶ୍ଚିମ ଓଡ଼ିଶାର ଅଘରିଆ ଜାତିର ଲୋକଙ୍କଦ୍ଵାରା ବୋଲାଯାଉଥିବା ଓଡ଼ିଆ ଭାଷାକୁ ଅଘରିଆ ଓଡ଼ିଆ କୁହାଯାଏ ।
ପଶ୍ଚିମ ଓଡ଼ିଶାର ଏକ ଆଦିବାସୀ ଶବ୍ଦ ମିଶ୍ରିତ ଓଡ଼ିଆ ଭାଷା ହେଉଛି ଭୁଲିଆ ।
ଓଡ଼ିଆ, ହିନ୍ଦୀ ଓ ଆଦିବାସୀ ଭାଷା ମିଶ୍ରିତ ଏକ ଭାଷା ହେଉଛି ସାଦ୍ରୀ । ସାଦ୍ରୀ ଭାଷାକୁ ଆଜିକାଲି ଅଧିକାଂଶରେ ନାଗରୀ ଲିପିରେ ଲେଖାଯାଉଥିଲେ ହେଁ ଏହାର ମୂଳ ଯେ ଓଡ଼ିଆ ଏକଥାକୁ ଭୂଲ କୁହାନଯାଇପାରେ ।
ବୋଡୋ଼ ପରଜା-ଝରିଆ ଜାତିର ଲୋକଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ ବୋଡୋ଼ ପରଜା ଵା ଝରିଆ ଓଡ଼ିଆ ଭାଷା କୁହାଯାଏ । ଏମାନେ ଵିଶେଷତଃ କୋରାପୁଟ ଜିଲ୍ଲାରେ ଦେଖାଯାନ୍ତି ।
ପଶ୍ଚିମ ଓଡିଶାର ମାଟିଆ ଜାତିର ଲୋକଙ୍କ କଥିତ ଓଡ଼ିଆ ଭାଷାକୁ ମାଟିଆ ଓଡ଼ିଆ କୁହାଯାଏ ।
ଦକ୍ଷିଣ ଓଡ଼ିଶାର ଭୂୟାଁ ଜାତିର ଲୋକଙ୍କଦ୍ଵାରା କଥିତ ଓଡ଼ିଆ ଭାଷାକୁ ଭୂଇଁଆ ଓଡ଼ିଆ କୁହାଯାଏ ।
ଦକ୍ଷିଣ ଓଡ଼ିଶା ତଥା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନାର କେତେକ ଅଞ୍ଚଳରେ ଏହି ଭାଷା ଚଳୁଅଛି ।
ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶର ବାଲ୍ମୀକି ଜାତିର ଲୋକଙ୍କଦ୍ଵାରା ଵ୍ୟଵହୃତ କଥିତ ଓଡ଼ିଆ ଭାଷାକୁ କୁପିଆ କୁହାଯାଏ । ଏହି ଓଡ଼ିଆ ବାଲ୍ମୀକି ଜାତି ଵିଶେଷତଃ ହାଇଦ୍ରାଵାଦ, ମେହବୁବନଗର, ଶ୍ରୀକାକୁଲମ, ଵିଜୟନଗରମ୍, ପୂର୍ଵ ଗୋଦାଵରୀ ଓ ଵିଶାଖାପାଟଣା ଜିଲ୍ଲାରେ ଦେଖାଯାଅନ୍ତି ।
ଲେଖକ - ଶିଶିର ସାହୁ (ମନୋଜ)
Website: https://kantiokatha.blogspot.com
Tag - odia upabhasa, odia bhasha ki lipi, odia upabhasa shaili, odia upabhasa o sahitya, odia upabhasa re, odia upabhasa ra utpati, odia upabhasa ra utpati pdf, odia upabhasa shastriya manyata, odia upabhasa andolan, odia bhasa ra gathana
http://www.kosal.in/2023/06/Odia-bhasa-tahara-upabhasa-boli-o-shaili.html